ଉତ୍କଳ ଦିବସରେ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

thesamikhsya
1 Min Read
ଉତ୍କଳ ଦିବସରେ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଟଙ୍କା ବଣ୍ଟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଓଡିଶାର ଚାଷୀଙ୍କ କଲ୍ୟାଣ ପାଇଁ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନା ଅଧିନରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

ଝାରସୁଗୁଡ଼ାରେ ଉପନିର୍ବାଚନ ହେବାକୁ ଥିବାରୁ ସେଠାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ସେଥିପାଇଁ ସେହି ଜିଲ୍ଲାର ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବ ନାହିଁ। ଏହି ଜିଲ୍ଲାର ହିତାଧିକାରୀଙ୍କୁ ଉପନିର୍ବାଚନ ପରେ ଏହା ପ୍ରଦାନ କରାଯିବ।

Share this Article