ନାକ୍ଟିଦେଉଳ ଓ କିସିଣ୍ଡା ମହାଵିଦ୍ୟାଳୟରେ ଉତ୍କଳ ଦିଵସ ପାଳିତ

thesamikhsya
1 Min Read

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆଜି ଉତ୍କଳ ଦିଵସ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାଵିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ରାବଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ “ଉତ୍କଳ ଦିଵସର ମହତ୍ତ୍ଵ ଓ ଓଡ଼ିଶାର ସ°ସ୍କୃତି” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରୀ ସିପ୍ରା ସାହୁ ଓ ପଙ୍କଜିନୀ ଵେହେରା ତଥା ଛାତ୍ର ଶୁଭଜିତ ଦେହୁରୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ମଧୂବାବୁ ଙ୍କ ତ୍ୟାଗ ଓ ଓଡ଼ିଆ ସାହିତ୍ୟ-ସ°ସ୍କୃତି ଵିଷୟ ରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ମୀନକେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜନନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ନାକ୍ଟିଦେଉଳ ଵ୍ଲକ୍ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା।

ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ୟାପିକା ଅନୀତା ପ୍ରଧାନ ଓ ଗ୍ରନ୍ଥଗାରିକ ଦିଲ୍ଲୀପ କୁମାର ପ୍ରଧାନ ଉତ୍କଳ ଦିଵସର ମହତ୍ତ୍ଵ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ମଧୂବାବୁ ଙ୍କ ଅଵଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମଧୂବାବୁଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଅନୁଷ୍ଠାନ ର କମ୍ପ୍ୟୁଟର ସ°ଚାଳକ କନ୍ଦର୍ପ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Share this Article