ଦିନ ଦିପହରରେ ହାତରୁ ଝାମ୍ପି ନେଲେ ଏକାଥରେ ୧୭ ଲକ୍ଷ ଟଙ୍କା

thesamikhsya
1 Min Read
ଦିନ ଦିପହରରେ ହାତରୁ ଝାମ୍ପି ନେଲେ ଏକାଥରେ ୧୭ ଲକ୍ଷ ଟଙ୍କା

ଫୁଲବାଣୀ: ଆଜି ଦୁର୍ବତମାନେ ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଜଣେ ବ୍ୟବସାୟଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏହି ଘଟଣାଟି  ଫୁଲବାଣୀ ସହରରେ ଘଟିଛି। ଅଜୟ ପାତ୍ର ନାମିତ ଜଣେ ବ୍ୟବସାୟୀ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ପାଇଁ ଯାଉଥିବା ବେଳେ ଏହା ଘଟିଛି।

ଟଙ୍କା ଡିପୋଜିଟ କରିବାକୁ ଯିବା ବେଳେ ଲୁଟେରାମାନେ କଳା ପଲ୍ସସର୍‌ରେ ଆସି ଆଖି ପିଛୁଳାକେ ଲୁଟି ନେଇଥିଲେ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ। ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Share this Article