କଳାହାଣ୍ଡି ମେଡିକାଲ୍ କଲେଜ୍ ପାଇଁ ଏନ୍. ଏମ୍. ସି. ଅନୁମୋଦନ: ୧୦୦ ସିଟ୍ ପାଇଁ ମିଳିଲା ଅନୁମତି

thesamikhsya
1 Min Read

ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଭାବେ ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ ( ଏନ୍. ଏମ୍. ସି) ଅନୁମୋଦନ ଦେଇଛନ୍ତି। ଏ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ମୁଖ୍ୟ ମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ବ ଯୋଗୁ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହେଲା।

ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ। ୨୦୨୩-୨୪ ଶିକ୍ଷାବର୍ଷଠାରୁ ୧୦୦ ଏମ୍. ବି. ବି. ଏସ୍. ସିଟ୍ ପାଇଁ ଏହି ଅନୁମୋଦନ ମିଳିଛି।

Share this Article