ଦୁଇ ଦିନରେ ପ୍ରାୟ ୮୦ ପ୍ରତିଶତ କରୋନା ମାମଲା ବୃଦ୍ଧି!, ସଂଖ୍ୟା ଦେଖି ହେବେ ଆଶ୍ଚର୍ଯ୍ୟ

thesamikhsya
1 Min Read

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାର ହଠାତ୍ ବୃଦ୍ଧି ପୁଣି ଥରେ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି। କରୋନା ସଂକ୍ରମଣ ମାମଲା ସହିତ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ପ୍ରକାଶିତ ସର୍ବଶେଷ ଆକଳନ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି। ସରକାରୀ ଆକଳନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୩୩୫ ଟି ନୂଆ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି। ଗତ ୬ ମାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ୪,୪୩୫ ଟି ନୂଆ ମାମଲା ରୁଜୁ ହୋଇଥିଲା। ଏହା ସହିତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ମଙ୍ଗଳବାର ଦିନ ୩ ହଜାର ୩୮ କରୋନା ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।

Share this Article