ଆଇଆଇଏମ ସମ୍ବଲପୁର ଏବଂ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

thesamikhsya
1 Min Read

ଭୁବନେଶ୍ୱର: ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ଜି-୨୦ ଜନଭାଗିଦାରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ସମ୍ବଲପୁର ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ସ୍କୁଲ ପରିସର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଫେଇ କରିଥିଲେ।

ସେହିପରି ଆଇଆଇଏମ୍‌ ସମ୍ବଲପୁର ଆନୁକୂଲ୍ୟରେ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ଆଖପାଖ ଅଞ୍ଚଳରେ ସଫେଇ କରିବା ସହ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଥିଲେ।

ଅନ୍ୟପକ୍ଷରେ ଆଜି ଏନଆଇଟି ରାଉରକେଲା ପକ୍ଷରୁ ଜି -୨୦ ଜନଭାଗିଦାରି ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଏନଆଇଟିର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକମାନେ ଯୋଗଦେଇ କ୍ୟାମ୍ପସ ପରିସରରେ ସଫେଇ କରିଥିଲେ। ସେହିପରି ଜି-୨୦ ବିଷୟବସ୍ତୁକୁ ନେଇ ଏନଆଇଟିର ରସାୟନ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Share this Article