ଡକାୟତି ଉଦ୍ୟମ ବେଳେ ୫ ଜଣଙ୍କୁ ଧରିଲେ ବଡ଼ବଜାର ଥାନା ପୋଲିସ

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ଅର୍ଦ୍ଧନିର୍ମିତ ଘରେ କିଛି ଯୁବକ ମେଳି ବସିଥିବା ସନ୍ଦେହକୁ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଦଳ ଘଟଣାସ୍ଥଳକୁ ଅଚାନକ ଚଢ଼ାଉ କରିଥିଲେ। ଯାହା ଫଳରେ ଉକ୍ତ ଘରେ କିଛି ଯୁବକ ଏକାଠି ହୋଇ କୌଣସି ଏକ ସ୍ଥାନରେ ଡକାୟତି ଯୋଜନା ପାଇଁ ଆଲୋଚନା ଚଳାଇଥିଲେ। ଘଟଣାସ୍ଥଳରୁ ପୋଲିସ କିଛି ଅଫୁଟା ବୋମା ଓ ୩ ଟି ଖଣ୍ଡା ଜବତ କରିବା ସହ ବଡ଼ବଜାର ଥାନା ଅଞ୍ଚଳର ଆର୍ ଅନୀଲ ରେଡି, ତୋଫାନ ନାୟକ, ସୁରେନ୍ଦ୍ର ସ୍ବାଇଁ,ଆକାଶ ପାତ୍ର ଓ ଲଣ୍ଡା ଗୌଡ଼ ନାମକ ୫ ଜଣ ଯୁବକ କୁ କାବୁ କରିଥିବା ବେଳେ ଆଉ ଦୁଇ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଏହି ଡକାୟତି ଉଦ୍ୟମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନୀଲ ରେଡି ଓ ତା ନାମରେ ପୁର୍ବରୁ ଏକାଧିକ ମକଦ୍ଦମା ଥିବା ଜଣାପଡିଛି।

Share this Article