ଟାଟା ଏସି ଧକ୍କାରେ ଜଣେ ମୃତ, ଚାଳକ ଗିରଫ

thesamikhsya
1 Min Read

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ ଗ୍ରାମ ପଞ୍ଚାୟତ ସାହୁପଡା ଛକ ନିକଟରେ ରବିବାର ଦିନ ସକାଳ ସମୟରେ ଏକ ଟାଟାଏସି ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ କଦଳୀଗଡ ଗ୍ରାମର ହାଡୁ ନାଏକ (୩୫)।

ସୂଚନା ଯୋଗ୍ୟ ଯେ, କଦଳିଗଡ ଗ୍ରାମ ସାହୁପଡ଼ା ଛକ ନିକଟରେ ସକାଳୁ ଯୁବକ ହାଡୁ ନାଏକ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଂଗଲକୁ ଯାଉଥିବା ସମୟରେ ବୌଦ୍ଧ ଜିଲ୍ଲ ରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଓଡି ୨୩ ଏଫ୍ ୭୮୯୧ ନମ୍ବର ବିଶିଷ୍ଟ ଗାଡି ଚାଳକ ନୟାଗଡ ଜିଲ୍ଲା ବେତଖୋଲ ଗ୍ରାମର ହରିହର ପ୍ରଧାନ ଟାଟାଏସି ଗାଡ଼ିକୁ ଦୃତ ଗତିରେ ଆଣି ହାଡୁ ନାଏକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ହାଡୁ ନାଏକ ଦୂରକୁ ଛିଟିକି ହୋଇ ପଡ଼ିଥିଲେ। ଗାଡ଼ି ମଧ୍ୟ ରାସ୍ତାର ତଳକୁ ଓଲଟି ପଡିଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ଆଣି ଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା।

ରେଢ଼ାଖୋଲ ଥାନାରେ କେଶ ନଂ ୯୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭର ହରିହରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Share this Article