ଦଣ୍ଡନାଚରେ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ନେଇ କ୍ଷୋଭ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ

thesamikhsya
1 Min Read

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଭିନ୍ନ ଦଣ୍ଡନାଚ ଦଳରେ ଚାଲିଥିବା ଅପସଂସ୍କୃତି ବିରୋଧରେ ରେଶମ ନଗରୀ ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସାଧାରଣ ନାଗରିକ ଓ ବୁଦ୍ଧିଜିବୀ ମହଲରୁ ପ୍ରକାଶ ଯେ ଦିନ ଥିଲା ଏହି ଦଣ୍ଡନାଚ ଜରିଆରେ ଆଧ୍ୟାତ୍ମିକ ମନୋଭାବ, ଚାଷ କାର୍ଯ୍ୟ ଜନିତ ଜ୍ଞାନ ଅର୍ଜ୍ଜନ, ରାମାୟଣ, ମହାଭାରତ, ଶିବ ପାର୍ବତୀ, କାଳୀ, ଲକ୍ଷ୍ମୀ ନାରାୟଣ ପୁରାଣ ଓ ଚଢ଼େଇଆ ନାଚ ବିଷୟରେ ବିସ୍ତୃତ ଜ୍ଞାନ ଆରୋହଣ କରୁଥିଲେ।

ବର୍ତ୍ତମାନ ଏହି କିଛି ବର୍ଷ ହେଲା ବିଭିନ୍ନ ନାଟ, ଥିଏଟର ଓ ଅପେରା ପ୍ରଚଳନ ଫଳରେ ଅପସଂସ୍କୃତି, ଅଶ୍ଳୀଳ ସଙ୍ଗୀତ, ଝିଅ, ମହିଳା ଓ କିନ୍ନର ମାନଙ୍କ ଦ୍ଵାରା ନଗ୍ନ ନାଚକୁ ପ୍ରାଧାନ୍ୟ ଦିଆଯାଇଛି। ଯ’ଦ୍ଵାରା ଧର୍ମାବଲମ୍ବୀ ମହିଳା ମାନେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଉଚିତ ମଣୁନାହାନ୍ତି। ଇତ୍ୟବସରରେ କିଛି ବୁଦ୍ଧିଜୀବିଗଣ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଅନ୍ୟ ପକ୍ଷରେ ଦଣ୍ଡ ନାଚ ମହାସଙ୍ଘ ସଭାପତି ଶିବରାମ ପ୍ରଧାନ ଦଣ୍ଡ ନାଚରେ ଏହିଭଳି ଅଶ୍ଳୀଳ ସଙ୍ଗୀତ, ନଗ୍ନ ନୃତ୍ୟ ସହ ଅପସଂସ୍କୃତିକୁ ବିରୋଧ କରି ବୟାନ ଦେଇଛନ୍ତି।

Share this Article