ବାଣପୁର: ଉଦଯାପିତ ହେଲା ମା’ ବ୍ରାହ୍ମଣିଦେଵି କ୍ରିକେଟ ପ୍ରିମିୟର ଲିଗ

thesamikhsya
1 Min Read

ସୀତାରାମ ଅଗ୍ରୱାଲ
ବାଣପୁର: ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମେଇଁ ଗ୍ରାମରେ ମା ବ୍ରାହ୍ମଣୀ ଦେବୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା କ୍ରିକେଟ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ ଓ ସନମାନିତ ଅତିଥି ଭାବେ ଯୁବ ସମାଜ ସେବୀ ତଥା ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ନାରାୟଣ ପାଲଟାସିଂହ ଯୋଗ ଦେଇଥିଲେ।

ଅତିଥି ମାନେ ଖେଳ ପରିଦର୍ଶନ ସହ ତାଳି ବଜାଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରିମିୟର ଲିଗର ଶେଷ ଦିବସରେ ଗମେଇଁ ଓ ଭେଟେଶ୍ୱର ଗ୍ରାମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଗମେଇଁ ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ଯୁବକ ସଙ୍ଘ ଖେଳରେ ବାଜିମାତ କରିଥିଲା।

ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ କ୍ରିକେଟ କ୍ଲବ ଉପ-ବିଜେତା ହୋଇଥିଲା। ଖେଳରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Share this Article