ବିଦେଶରୁ ଫେରୁଛନ୍ତି ନବୀନ, ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ପରିବର୍ତ୍ତନ !!!

thesamikhsya
2 Min Read

ଭୁବନେଶ୍ବର: ଜାପାନ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଫେରିବେ। ସେଠାରୁ ସେ ବିପୁଳ ପରିମାଣର ପୁଂଜି ନେଇ ଓଡିଶା ଫେରୁଛନ୍ତି। ଯାହା ଓଡିଶୀବାସୀଙ୍କ ପାଇଁ ଗର୍ବ ଓ ଖୁସିର କଥା। ହେଲେ ତାଙ୍କ ଫେରିବା ନେଇ ବିଜେଡିର ବିଧାୟକମାନଙ୍କ ମଧ୍ୟରୁ କେତେକ ଖୁସି ଅଛନ୍ତି ତ ଆଉ କେତେକ ଦୁଃଖରେ ଅଛନ୍ତି।

ତେବେ ଏହାର କାରଣ ହେଲା ଯେ, ନବୀନ ବିଦେଶରୁ ଫେରିବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ଅଦଳବଦଳ। ଏହି ଚର୍ଚ୍ଚାକୁ ନେଇ ମନ୍ତ୍ରୀ ଆଶାୟୀମାନେ ଆଶା ବାନ୍ଧି ବସିଥିବା ବେଳେ କେତେକ ମନ୍ତ୍ରୀ ପଦ ଯିବା ନେଇ ଦୁଃଖରେ ଅଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର କୌଣସି ସମ୍ଭାବନା ନ ଥିବା ବେଳେ ହଠାତ ଏହି ଚର୍ଚ୍ଚା ବଢିବା ଅନେକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ତେବେ ଏହି ଚର୍ଚ୍ଚା ଅନୁସାରେ ଓଡିଶାରେ ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି ନୀବନ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ। ସେଥିରେ କେତେକ ଦକ୍ଷତା ନ ଥିବା ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ମୁହଁକୁ ସାମିଲ କରିବେ ବୋଲି କୁହାଯାଉଛି।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଦଳକୁ ସଜାଡି ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଆଉ କେତେକ ଦଳୀୟ ସଂଗଠନରେ ମଧ୍ୟ ଖୁବ ଶିଘ୍ର ପରିବର୍ତ୍ତନ କରିବେ। ସେହି ଭିତରେ ଏହି ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଗତ ମାସରେ ନବୀନ ତାଙ୍କ ବାସଭବନରେ କେତେକ ବିଧାୟକଙ୍କୁ ରାତିରେ ଡାକି ଆଲୋଚନା କରିଛନ୍ତି। ସେହି ଆଲୋଚନା କଣ ହୋଇଛି ସେ ସଂପର୍କରେ କାହା ପାଖରେ ଖବର ନ ଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଆହୁରି ଦୃଢ କରାଯାଉ ବୋଲି ଚର୍ଚ୍ଚା ହୋଇଛି। ସେଦିନର ସେହି ଆଲୋଚନାରେ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ସମସ୍ତ ଉପନିର୍ବାଚନରେ ବିଜେଡି କେବଳ ଧାମନଗରକୁ ଛାଡି ଅନ୍ୟ ସବୁସ୍ଥାନରେ ବାଜିମାତ କରିଛି। ସେହିପରି ଦୁଇଟି ଏଏନଏସି ନିର୍ବାଚନରେ ମଧ୍ୟ ବିଜେଡି ସବୁ ଆସନ ପୋଛି ନେଇଛି। ଏପରି କ୍ଷେତ୍ରରେ ମଧ୍ୟ ବିଜେଡି ତାହାର ରଣନୀତିକୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ପତି କରିଛି। ସେଥିପାଇଁ ନବୀନ ଦଳର ପଦବପଦୀରେ ଅଦଳବଦଳ କରିବା ସହିତ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

Share this Article