ଅଙ୍ଗନୱାଡି ସହାୟିକାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

thesamikhsya
1 Min Read

ବ୍ରହ୍ମପୁର: ବେଲଗୁଣ୍ଠା ସହର ମୁଖ୍ୟ ରାସ୍ତାରେ ଥିବା ପୁରୁଣା ସିନେମା ହଲ୍ ନିକଟସ୍ଥ ଏକ ଘର ବାରଣ୍ଡାରେ ଜନୈକ ମହିଳାଙ୍କ ମୃତ ଶରୀର ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ବିଭାସିନୀ ବେହେରା ଓ ଜଗନ୍ନାଥ ପ୍ରସାଦ ବ୍ଳକ ଗେରେଡା ଗ୍ରାମର ବୋଲି ଜଣାପଡିଥିଲା। ସେ ସ୍ବର୍ଗତ ସନ୍ତୋଷ କୁମାର ବେହେରା ଙ୍କ ସ୍ତ୍ରୀ ଓ ତାଙ୍କର କୌଣସି ପିଲାଛୁଆ ନାହାନ୍ତି। ମହିଳାଜଣଙ୍କ ବେଲଗୁଣ୍ଠା ଶଙ୍ଖାରୀରେ ଅନୁଷ୍ଠିତ ପଞ୍ଚୁ ଦଣ୍ଡ ମିଳନ ଦେଖିବାକୁ ଆସିଥିଲେ ବୋଲି ଜଣାପଡିଛି।

ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ବିଭାସିନୀଙ୍କ ମୃତଦେହ ବାପ ଘରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share this Article