ଆମ୍ ଆଦମୀ ପାର୍ଟିକୁ ମିଳିଲା ରାଷ୍ଟ୍ରୀୟ ଦଳର ମାନ୍ୟତା, ବାଦ ପଡିଲେ ଏନସିପି ଏବଂ ଟିଏମସି

thesamikhsya
1 Min Read

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) କୁ ରାଷ୍ଟ୍ରୀୟ ଦଳର ମାନ୍ୟତା ଦେଇଛନ୍ତି। ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରତୀକ ଝାଡୁ ହୋଇ ରହିବ। ଆଜି ନିର୍ବାଚନ ଆୟୋଗ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି), ଶରଦ ପାୱାର ଏନସିପି ଏବଂ ସିପିଆଇ ରାଷ୍ଟ୍ରୀୟ ମାନ୍ୟତା ହରାଇଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପରାଜୟ ପରେ ଏନସିପିରୁ ଏକ ରାଷ୍ଟ୍ରୀୟ ଦଳର ସ୍ଥିତି ଛଡ଼ାଇ ନିଆଯାଇଛି।

ଚାରିଟି ରାଜ୍ୟ – ଦିଲ୍ଲୀ, ଗୋଆ, ପଞ୍ଜାବ ଏବଂ ଗୁଜୁରାଟରେ ନିର୍ବାଚନୀ ପ୍ରଦର୍ଶନ ଆଧାରରେ ଆପ କୁ ଏକ ରାଷ୍ଟ୍ରୀୟ ଦଳର ମାନ୍ୟତା ଦିଆଯାଇଛି ବୋଲି ଆୟୋଗ କହିଛନ୍ତି। ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଆଇ), ବାହୁଜନ ସମାଜ ପାର୍ଟି (ବିଏସପି), ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ଏଏପି ବର୍ତ୍ତମାନ ରାଷ୍ଟ୍ରୀୟ ଦଳ। ଲୋକ ଜନତା ପାର୍ଟି (ରାମ ବିଳାସ ପାସୱାନ) ନାଗାଲାଣ୍ଡରେ ରାଜ୍ୟ ଦଳର ମାନ୍ୟତା ପାଇଛି। ବଙ୍ଗଳା ଏବଂ ତ୍ରିପୁରାରେ ତୃଣମୂଳ କଂଗ୍ରେସ ରାଜ୍ୟ ସ୍ତରୀୟ ଦଳ ମାନ୍ୟତା ଜାରି ରଖିବ। ତ୍ରିପୁରାରେ ଟିପ୍ରା ମୋଥା ପାର୍ଟିକୁ ଏକ ରାଜ୍ୟ ଦଳ ଭାବେ ମାନ୍ୟତା ଦିଆଯାଇଛି।

ଆମ୍ ଆଦମୀ ପାର୍ଟିରେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ରାଷ୍ଟ୍ରୀୟ ଦଳ ଏତେ କମ୍ ସମୟ ମଧ୍ୟରେ? ଏହା ଏକ ଚମତ୍କାରଠାରୁ କମ୍ ନୁହେଁ। ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ଦେଶର କୋଟି ଲୋକ ଆମକୁ ଏଠାକୁ ଆଣିଛନ୍ତି। ଲୋକମାନେ ଆମଠାରୁ ବହୁତ କିଛି ଆଶା କରନ୍ତି। ଆଜି ଲୋକମାନେ ଆମକୁ ଏହି ବିରାଟ ଦାୟିତ୍ଵ ଦେଇଛନ୍ତି। ହେ ପ୍ରଭୁ, ଏହି ଦାୟିତ୍ଵକୁ ଭଲ ଭାବରେ ପୂରଣ କରିବାକୁ ଆମକୁ ଆଶୀର୍ବାଦ କର।

Share this Article