କରୋନା ଅପଡେଟ୍: ଗଟ ୨୪ ଘଣ୍ଟା ମଧ୍ୟରେ ୫୮୮୦ ଆକ୍ରାନ୍ତ ଚିହ୍ନଟ

thesamikhsya
1 Min Read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢୁଛି। ଗଟ ୨୪ ଘଣ୍ଟା ମଧ୍ୟରେ ଭାରତରେ ପ୍ରାୟ ୧୦ ପ୍ରତିଶତ ମାମଲା ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୮୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫ ହଜାର ୧୯୯କୁ ବୃଦ୍ଧି ହୋଇଛି।

କରୋନାକୁ ରୋକିବା ପାଇଁ ଦେଶରେ ଚାଲିଥିବା ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ ୨୨୦.୬୬ କୋଟି ଟିକା ଡୋଜ ଦିଆଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୮୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୧,୯୬,୩୧୮ କୁ ବୃଦ୍ଧି ପାଇଛି।

Share this Article