ଚେନ୍ନାଇର ଭିତ୍ତିଭୂମିରେ ବିମାନ ବନ୍ଦରର ସମନ୍ୱିତ ଟର୍ମିନାଲ ଭବନ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ: ପ୍ରଧାନମନ୍ତ୍ରୀ

thesamikhsya
1 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନ ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ। ଏହାଦ୍ୱାରା ଯୋଗାଯୋଗ ବଢିବା ସହ ସ୍ଥାନୀୟ ଅର୍ଥନୀତି ଲାଭାନ୍ୱିତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦିଆଯାଇଛି, ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୮,୨୦୨୩ରେ ମହାମହିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ। ଏହାଦ୍ୱାରା ଯୋଗାଯୋଗ ବଢିବା ସହ ସ୍ଥାନୀୟ ଅର୍ଥନୀତି ଲାଭାନ୍ୱିତ ହେବ।”

Share this Article