ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସ୍ପିରିଟ ଜବତ, ୩ ଗିରଫ

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ମହୁରୀ କାଳୁଆ ଛକରେ ଯାଞ୍ଚ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ସ୍କୁଟି ଚାଳକକୁ ବିଭାଗୀୟ କର୍ମଚାରୀମାନେ ଅଟକାଇ ଯାଞ୍ଚ କରିଥିଲେ। ସେହିସମୟରେ ସେଥିରୁ ୪୦ ଲିଟର ସ୍ପିରିଟ ମିଳିଥିଲା ଓ ସ୍କୁଟି ଚାଳକ ଶିବାଶିଷ ଡାକୁଆକୁ ପଚରାଉଚରା ବେଳେ ନକଲି ମଦ ପ୍ରସ୍ତୁତ ପାଇଁ ଏହି ସ୍ପିରିଟ ବ୍ୟବହୃତ ହୁଏ ବୋଲି କହିଥିଲା। ତେବେ ସେ ଏହାକୁ ବଡଖେମୁଣ୍ଡି ସାହିର ଏକ ଗୋଦାମରୁ ଆଣିଥିବା କହିବା ପରେ ବିଭାଗୀୟ କର୍ମଚାରୀ ମାନେ ଶିବାଶିଷକୁ ନେଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲା।

ସେଠାରେ ମହଜୁଦ ଥିବା ୧୭୪୦ ଲିଟର ସ୍ପିରିଟ ଜବତ କରିବା ସହ ଗୋଦାମରେ କାମ କରୁଥିବା ଶଙ୍କର ପ୍ରଧାନ ଓ ସଂଜିତ ପ୍ରଧାନ ନାମକ ଫାଶିଗୁଡା ଗ୍ରାମର ଦୁଇ ଯୁବକଙ୍କୁ ଗିରଫ କରିଥିଲା।

ଜବତ ସ୍ପରିଟ୍ ର ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Share this Article