ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

thesamikhsya
1 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଆଗ୍ରହ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ଗସ୍ତ ବେଳେ ହାତୀମାନଙ୍କ ଅଭିନନ୍ଦନ ସମ୍ପର୍କରେ ପର୍ଶୁରାମ ଏମଜିଙ୍କ ଟିପ୍ପଣୀ ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ହଁ, ଏହା ନିଶ୍ଚିତ ଭାବେ ନିଆରା ଥିଲା।”

ଶ୍ରୀ ମୋଦୀ ଦିଲ୍ଲୀ ସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନ ଯାଇଥିବା ପ୍ରିୟଙ୍କା ଗୋୟଲଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରିଛନ୍ତି ଯେ, “ବଢିଆ। ଭାରତର ବୃକ୍ଷଲତା ଓ ବନ୍ୟପ୍ରାଣୀ ବିବିଧତା ଅସାଧାରଣ ଏବଂ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲୋକଙ୍କୁ ସୁଯୋଗ ମିଳିବା ଦରକାର।”

ପ୍ରଧାନମନ୍ତ୍ରୀ ଗତକାଲିର ଫଟୋ ମଧ୍ୟ ଶେୟାର କରିଥିଲେ।

Share this Article