ଡିଏଭି ପୋଖରୀପୁଟରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

thesamikhsya
1 Min Read

ଭୁବନେଶ୍ଵର: ଆଜି ଡିଏଭି ପୋଖରୀପୁଟରେ ସମାଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବିଧାନ ପ୍ରଣେତା ବିଶିଷ୍ଟ ଜନନାୟକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ବିଦ୍ୟାଳୟର ଅଧ୍ୟକ୍ଷା
ଡକ୍ତର ସୁଜାତା ପ୍ରଦୀପ ପ୍ରଜ୍ୱଳନପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରିଥଲେ। ଜଣେ ବିଶିଷ୍ଟ ଆଇନଜ୍ଞ, ବିଦ୍ୱାନ୍, ସମାଜ ସଂସ୍କାରକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ବିଦୂରିତ ନିମନ୍ତେ ପ୍ରୟାସ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷା ନିଜର ଅଭିଭାଷଣରେ କହିଥିଲେ।

ସମାଜ ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ଏହି ମହାନ୍ ଜନସେବକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଅସ୍ପୃଶ୍ୟତା କିପରି ହିନ୍ଦୁ ସାମାଜିକ ଜୀବନର ଏକ ମହାବ୍ୟାଧି, ସେ ସମ୍ପର୍କରେ ଆମ୍ବେଦକରଙ୍କ ଦୃଷ୍ଟିକୋଣ କିପରି ଥିଲା, ତାହା ଦର୍ଶାଇଥିଲେ। ବିଭାଗର ବରିଷ୍ଠ ଶିକ୍ଷକ ଅଖିଳ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ନିରୀକ୍ଷିକା /ନିରୀକ୍ଷକ ଓ ସମାଜ ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିଲେ।

Share this Article