ଆଇପିଏଲ୍ ୨୦୨୩: କେକେଆରର ବ୍ୟାଟିଂ ଜାରି, ମୁମ୍ବାଇ ପାଇଁ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଡେବ୍ୟୁ

thesamikhsya
1 Min Read

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ର ୨୨ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛି। କେକେଆର ବିପକ୍ଷରେ ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରୋହିତ ଶର୍ମା ଆଜିର ମ୍ୟାଚ୍ ଖେଳୁ ନାହାଁନ୍ତି। ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଅଛନ୍ତି। ରୋହିତଙ୍କ ସ୍ଥାନରେ ଅର୍ଜୁନ ତେନ୍ଦୁଲକର ମୁମ୍ବାଇର ଖେଳାଳି ଏକାଦଶରେ ସ୍ଥାନ ପାଇଛନ୍ତି। କେକେଆରର ବ୍ୟାଟିଂ ଆରମ୍ଭ ହୋଇଛି।

କୋଲକାତା ନାଇଟ୍ ରାଇଡର୍ସ (ଖେଳାଳି ଏକାଦଶ): ରହମାନୁଲ୍ଲା ଗୁରୁବାଜ (ୱିକି), ଭେଙ୍କଟେଶ ଆୟର୍, ଏନ ଜଗଦିସନ, ନୀତୀଶ ରାଣା (ଅଧିନାୟକ), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଲକି ଫର୍ଗୁସନ୍, ବରୁନ୍ ଚକ୍ରବର୍ତ୍ତୀ

ମୁମ୍ବାଇ ଇଣ୍ଡିଆନ୍ସ (ଖେଳାଳି ଏକାଦଶ): ଇଶାନ କିଶନ (ୱିକି), କ୍ୟାମେରନ୍ ଗ୍ରୀନ୍, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଟିମ୍ ଡେଭିଡ, ନେହଲ ୱଢେରା, ଅର୍ଜୁନ ତେନ୍ଦୁଲକର, ହ୍ରିତିକ ଶୋକିନ, ପୀୟୁଷ ଚାୱଲା, ଡୱେନ ଜନସନ, ରିଲି ମେରେଡିଥ

ଅର୍ଜୁନ ତେନ୍ଦୁଲକରଙ୍କ ଡେବ୍ୟୁ:

ଆଜିର ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଡେବ୍ୟୁ କରିଛନ୍ତି। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ମ୍ୟାଚ୍।

Share this Article