ଦେଶକୁ ମିଳିଲା ପ୍ରଥମ ଆପଲ୍ ଷ୍ଟୋର୍, ନିଜେ ଗ୍ରାହକମାନଙ୍କୁ ସ୍ୱାଗତ କଲେ ଟିମ୍ କୁକ୍

thesamikhsya
1 Min Read

ମୁମ୍ବାଇ: ଆଜି ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଭାରତର ପ୍ରଥମ ଆପଲ୍ ଷ୍ଟୋର ଖୋଲିଛି। ଏହି ଷ୍ଟୋରକୁ ଆପଲ୍ ସିଇଓ ଟିମ୍ କୁକ୍ ଉଦ୍ଘାଟନ କରିଛନ୍ତି। ଆଜି ଆପଲ୍ ଷ୍ଟୋର୍‌କୁ ଆସୁଥିବା ଗ୍ରାହକଙ୍କୁ ଟିମ୍ କୁକ୍ ସ୍ୱାଗତ କରୁଛନ୍ତି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର ନୂତନ ଆପଲ୍ ଷ୍ଟୋର୍‌ରେ ଉତ୍ସବ ପାଳନ ହେଉଛି। ଆପଲରେ ଥିବା କର୍ମଚାରୀମାନେ ଉତ୍ସାହିତ ଅଛନ୍ତି। ଟିମ୍ କୁକ୍ ନିଜେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛନ୍ତି। ଆରମ୍ଭରେ, ଟିମ୍ କୁକ୍ ଙ୍କ ସହ ସେଲଫି ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି।

ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟିମ୍ କୁକ୍ ଭେଟିବେ। ଏହା ବ୍ୟତୀତ ସେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଭେଟିବେ। ଏହା ପରେ ଗୁରୁବାର ଦିନ ଟିମ୍ କୁକ୍ ମଧ୍ୟ ଦିଲ୍ଲୀରେ ଆପଲ୍ ଷ୍ଟୋର୍‌ର ଉଦଘାଟନ କରିବେ।

Share this Article