ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଆଦାନୀ: ଦୁଇ ଘଣ୍ଟା ଧରି ହେଲା ଆଲୋଚନା

thesamikhsya
1 Min Read

ମୁମ୍ବାଇ: ଗୌତମ ଆଦାନୀ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ପ୍ରାୟ ଦେଢଘଣ୍ଟା ଧରି ଗୌତମ ଆଦାନୀ ଏବଂ ଶରଦ ପାୱାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଜେପିସି ମାଧ୍ୟମରେ ଆଦାନୀ ମାମଲାର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଦେଇଥିଲେ। ଏହା ପରେ ଗୌତମ ଆଦାନୀ ପ୍ରଥମ ଥର ପାଇଁ ଶରଦ ପାୱାରଙ୍କୁ ଭେଟିଛନ୍ତି। ସିଲଭର ଓକ ବଙ୍ଗଳା ଠାରେ ଗୌତମ ଆଦାନୀ ଏବଂ ଏନସିପି ସଭାପତି ଶରଦଙ୍କ ମଧ୍ୟରେ ଆଲୋଚନା ହୋଇଛି।

କୁହାଯାଉଛି ଯେ, ଉଭୟଙ୍କ ମଧ୍ୟରେ ଆଲୋଚନା ଏକ ବନ୍ଦ କୋଠରୀରେ ଦେଢ ଘଣ୍ଟା ଧରି ଚାଲିଥିଲା। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଗୌତମ ଆଦାନୀ ଆଜି ସକାଳ ୧୦ ଟାରେ ତାଙ୍କ କଳା କାରରେ ସିଲଭର ଓକ୍ ରେ ଶରଦ ପାୱାରଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଏକ ବନ୍ଦ କୋଠରୀ ବାର୍ତ୍ତାଳାପ ହୋଇଥିଲା। ଗୌତମ ଆଦାନୀଙ୍କ ମଧ୍ୟରେ ପ୍ରକୃତରେ କ’ଣ ଆଲୋଚନା ହୋଇଛି ସେ ବିଷୟରେ ଆଦାନୀ କିମ୍ବା ଶରଦ ପାୱାର କୌଣସି ସୂଚନା ଦେଇନାହାଁନ୍ତି। ପ୍ରକାଶ ଯେ, ଯେତେବେଳେ ଶରଦ ପାୱାର ଏବଂ ଗୌତମ ଆଦାନୀ ପରସ୍ପରକୁ ଭେଟିଲେ, ସେତେବେଳେ ଅନ୍ୟ କେହି ଉପସ୍ଥିତ ନଥିଲେ।

ଶରଦ ପାୱାର କହିଛନ୍ତି ଯେ, ଗୌତମ ଆଦାନୀ ମାମଲାରେ ଜେପିସି ଅର୍ଥାତ୍ ମିଳିତ ସଂସଦୀୟ କମିଟିର କୌଣସି ଆବଶ୍ୟକତା ନାହିଁ। ସେ ଏହାର କାରଣ ମଧ୍ୟ ଦେଇଛନ୍ତି। ପୱାର କହିଥିଲେ ଯେ, ମୁଁ ହିନ୍ଦେନବର୍ଗର ନାମ ମଧ୍ୟ ଶୁଣି ନାହିଁ। ଶରଦ ପାୱାର ଏହା ମଧ୍ୟ କହିଛନ୍ତି ଯେ, ସେହି କମ୍ପାନୀର ରିପୋର୍ଟକୁ କିପରି ବିଶ୍ୱାସ କରାଯିବ।

Share this Article