ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଗୁରୁତର

thesamikhsya
1 Min Read

ଗଜପତି: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଟ୍ରକ୍ ନଂ ଏପି ୩୯ ଜେ୯୫୩୯ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଉକ୍ତ ଟ୍ରକ୍ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରୁ ସିମେଣ୍ଟ ବୋଝେଇ କରି ଆର୍ ଉଦୟଗିରି ଥାନା ଅନ୍ତର୍ଗତ କୁଆଁପଡା ଛେଳିଗଡ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ପାଇଁ ସିମେଣ୍ଟ ଆସିଥିଲା ଓ ବାଦପୁର ଘାଟି ଖସିଲା ବେଳେ ଏକ ବୁଲାଣି ସ୍ଥାନରେ ରାସ୍ତା କଡ଼କୁ ଖସି ଟ୍ରକ୍ ଟି ୫୦ ଫୁଟ ତଳକୁ ଖସି ଯାଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଆନ୍ଧ୍ର ପ୍ରଦେଶ ଚିପୁରପଲୀ ଗ୍ରାମର ଡ୍ରାଇଭର ପି ନାଗରାଜ ଗୁରୁତର ଆହତ ହୋଇ ବଞ୍ଚିଯାଇଛନ୍ତି।

ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଆହତ ଡ଼୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଥିଲେ। ଖବର ପାଇ ଆର୍ ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share this Article