ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଡ ଘୋଷଣା, ମାଟ୍ରିକ ପରୀକ୍ଷାର୍ଥୀ ନେଇପାରିବେ ସ୍ଵତନ୍ତ୍ର କ୍ଳାସ

thesamikhsya
1 Min Read

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜରୁରୀ ସୂଚନା ଦେଇଛନ୍ତି। ବାଣପୁର ଅଞ୍ଚଳର ବିଭିନ୍ନ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଗ୍ରୀଷ୍ମ ଛୁଟି ସମୟରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ପଢିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମହାବିଦ୍ୟାଳୟର ବିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କଦ୍ଵାରା ପ୍ରତିଦିନ ସ୍ୱତନ୍ତ୍ର କ୍ଲାସ କରାଯିବ। ଜଣେ ଛାତ୍ରଛାତ୍ରୀ ଗୋଟିଏ ବିଭାଗରେ କ୍ଳାସ କରିପାରିବେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ସତ୍ୟାନନ୍ଦ ମହାରଣା, ରଘୁନାଥ ଓଝା, ସୁବ୍ରତ ତ୍ରିପାଠୀ, ଆଦିତ୍ୟ ସାରଥୀ ବେଦମତ୍ତା, ଅଜୟ କୁମାର ଦାସ, ସପିନ କୁମାର ପୃଷ୍ଟି ଏବଂ ସୁରପ୍ରତାପ ନରେନ୍ଦ୍ର ସି° ବର୍ମା ଆଦି ଅଧ୍ୟାପକମାନେ ଉକ୍ତ କ୍ଳାସ ନେବେ ବୋଲି ଜଣାପଡିଛି।

ତେଣୁ ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜିଠାରୁ ଆସନ୍ତା ମେ ୦୧ ତାରିଖ ଦିନ ୮ ଘଟିକାରୁ ୦୯ ଘଟିକା ମଧ୍ୟରେ ନିଜର ନାମ ପଞ୍ଜୀକରଣ କରାଇପାରିବେ।

ଯୋଗାଯୋଗ:

ବିନାୟକ ହୋତା- ୯୪୩୯୭୭୯୨୫୧
ଆଦିତ୍ୟ ସାରଥିଵେଦମତ୍ତା (ସ°ଯୋଜକ)- ୯୮୫୩୨୩୫୨୮୯
ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା- ୯୪୩୮୪୩୮୨୫୦
ପ୍ରଶାନ୍ତ କୁମାର ହୋତା- ୯୯୩୭୮୮୫୬୫୬
ଜୟନ୍ତ କୁମାର ବିହାରୀ- ୭୦୦୮୮୦୮୫୪୫

ତେବେ ପ୍ରଥମଥର ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଦ୍ୱାରା ନିଆଯାଇଥିବା ଉକ୍ତ ଶିକ୍ଷା ସଂସ୍କାର ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Share this Article