ରଣପୁର: ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

thesamikhsya
1 Min Read

ରଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ଆବାହକତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅଙ୍ଗନବାଡି କର୍ମୀ ପୁଷ୍ପ ମଞ୍ଜରୀ ଦେଇ, କାନନବାଳା ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଚନ୍ଦ୍ରକାନ୍ତ ମଙ୍ଗରାଜ, ଗଣେଶ୍ୱର ପ୍ରଧାନ, ସଂଜିତା ନାୟକ, ପ୍ରଦୀପ ମାନସିଂହ, କାଶୀନାଥ ଜୟସିଂହ, ବିନାୟକ ପ୍ରଧାନ, ଚାରୁଲତା ରାଉତରାୟ, ନୀଳମଣି ପ୍ରଧାନଙ୍କ ସହ ସମସ୍ତ ଅଭିଭାବକମାନେ ଉପସ୍ଥିତ ଥିଲେ।

Share this Article