ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ନେଟ ଲାଭ ହାସଲ

thesamikhsya
1 Min Read

ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି।

କମ୍ପାନୀର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନୀର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩   ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ରିଟେଲ ଷ୍ଟୋର ସଂଖ୍ୟା ୩୩୦୦ ବୃଦ୍ଧି ପାଇ ମୋଟ ୧୮୦୪୦ ରେ ପହଂଚିଛି।

Share this Article