ଆଇପିଏଲରେ ୨୫୦ ଛକା ମାରିଥିବା ପ୍ରଥମ ଭାରତୀୟ ହେଲେ ରୋହିତ ଶର୍ମା, ଦେଖନ୍ତୁ ତାଲିକା

thesamikhsya
1 Min Read

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଇନିଂସ ଖେଳିଥିଲେ। ରୋହିତ ଶର୍ମା ୨୭ ବଲରେ ୪୪ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ 4୪ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏହା ବ୍ୟତୀତ ରୋହିତ ଶର୍ମା କ୍ୟାମେରନ୍ ଗ୍ରୀନ୍ ଙ୍କ ସହିତ ଏକ ଭଲ ଭାଗିଦାରୀ କରିଥିଲେ। ରୋହିତ ଶର୍ମାଙ୍କ ସହ ଖେଳିବାକୁ ଆସିଥିବା ଇଶାନ କିଶନ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ଏହା ପରେ ରୋହିତ ଶର୍ମା ଏବଂ କ୍ୟାମେରନ୍ ଗ୍ରୀନ୍ ଦଳକୁ ଅସୁବିଧାରୁ ବାହାର କରିଥିଲେ।

ତେବେ ରୋହିତ ଶର୍ମା ଏକ ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବାସ୍ତବରେ ରୋହିତ ଶର୍ମା ଆଇପିଏଲରେ ୨୫୦ ଟି ଛକା ପୂରଣ କରିଛନ୍ତି। ରୋହିତ ଶର୍ମା ଆଇପିଏଲ ଇତିହାସରେ ୨୫୦ ଛକା ମାରିଥିବା ତୃତୀୟ ଖେଳାଳି ହୋଇଛନ୍ତି। ରୋହିତ ଶର୍ମାଙ୍କ ପୂର୍ବରୁ କେବଳ କ୍ରିସ୍ ଗେଲ୍ ଏବଂ ଏବି ଡି ଭିଲିୟର୍ସ ଏହି କୀର୍ତ୍ତିମାନ କରିଛନ୍ତି। ଆଇପିଏଲ୍ ଇତିହାସରେ କ୍ରିସ୍ ଗେଲଙ୍କ ୩୫୭ ଟି ଛକା ରହିଛି। ଏବି ଡି ଭିଲିୟର୍ସ ତାଙ୍କ ଆଇପିଏଲ୍ କ୍ୟାରିୟରରେ ୨୫୧ ଛକା ମାରିଥିଲେ।

Share this Article