କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

thesamikhsya
1 Min Read

ବେଙ୍ଗାଲୁରୁ: ଜନତା ଦଳ (ସେକୁଲାର) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ଦେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ୬୩ ବର୍ଷିୟ କୁମାରସ୍ୱାମୀଙ୍କର ଜ୍ୱର ହୋଇଛି ଏବଂ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ଲଗାତାର ରାଜ୍ୟ ପରିଦର୍ଶନ କରୁଥିଲେ।

କୁମାରସ୍ୱାମୀ କର୍ଣ୍ଣାଟକରେ ହେବାକୁ ଥିବା ମେ ୧୦ ତାରିଖ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଡି (ଏସ) ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଲାଗି କ୍ରମାଗତ ରାଜ୍ୟ ଗସ୍ତ କରୁଛନ୍ତି। ତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, କୁମାରସ୍ୱାମୀ ଦଳର କର୍ମୀ ଏବଂ ନେତାମାନଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି ଏବଂ ବିଶ୍ରାମ ନେବା ପରେ ସେ ନିର୍ବାଚନ ପ୍ରଚାରରେ ଯୋଗଦେବେ ବୋଲି କହିଛନ୍ତି। କୁମାରସ୍ୱାମୀ ପୂର୍ବରୁ ହୃଦଘାତରେ ଅସ୍ତ୍ରୋପଚାର ହୋଇଥିଲେ।

Share this Article