ଗଙ୍ଗାଧରପୁର ରେଳ ଷ୍ଟେସନରେ ଅଘଟଣ: ପାଣି ପାଇଁ ଯାଇଥିବା ଗାର୍ଡଙ୍କ ପ୍ରାଣହାନୀ

thesamikhsya
1 Min Read

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ରେଳ ଡିଭଜନ୍ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଲବାହୀ ଟ୍ରେନର ଗାର୍ଡଙ୍କ ଉକ୍ତ ଷ୍ଟେସନରେ ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁଯାୟୀ, ତାଳଚେରରୁ କୋଇଲା ବୋଝେଇ କରି ବିଶାଖା ପାଟଣାମ୍ ଅଭିମୁଖେ
ବାହାରିଥିବା ଟ୍ରେନ୍ ଟି ଗଙ୍ଗାଧରପୁର ରେଳ ଷ୍ଟେସନରେ ଅଟକିଥିଲା। ସେଠାରେ ଏମ ଏସଆର କ୍ରୀଷ୍ଣା (୫୦) ନାମକ ଜଣେ ଗାର୍ଡ ପାଣି ପାଇଁ ଯାଉଥିଲେ। ହେଲେ ହଠାତ ସେ ସେଠାରେ ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share this Article