ଉଗ୍ରରୂପ ନେଲା ପାରିବାରିକ କଳହ: ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦାଦାଙ୍କୁ ଆକ୍ରମଣ କଲେ ଦୁଇ ପୁତୁରା

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାରିବାରିକ କଳହରୁ ମହାଭାରତ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦାଦାଙ୍କୁ ଦୁଇ ପୁତୁରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦାଦା ଗୌରହରି ନନ୍ଦ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୌରହରିଙ୍କ ବଡ଼ଭାଇର ଦଶାହ କାର୍ଯ୍ୟ ନିମନ୍ତେ ସେ ଉକ୍ତ ଗ୍ରାମକୁ ଯାଇଥିଲେ ଓ ଦଶାହ କାର୍ଯ୍ୟକ୍ରମ ସରିଲା ପରେ ଅନ୍ୟ ବଂଶ ବଂଧୁ ମାନଙ୍କ ସହ ପୋଖରୀ ରେ ଶୌଚ ହେବା ବେଳେ ହଠାତ୍ ଦୁଇ ପୁତୁରା ବିରୁପାକ୍ଷ ଓ ତ୍ରିଲୋଚନ ନିଜ ଭିଣୋଇ କାଳୁ ଚରଣ ପଣ୍ଡାଙ୍କ ସହ ମିଶି ଘରର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ଓ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆହତ ଗୌରହରିଙ୍କ ଠାରୁ ଅଭିଯୋଗ ଗ୍ରହଣ କରି କେଶ୍ ନଂ ୨୭୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share this Article