ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ପାଇଁ ମନା କଲା ବେଙ୍ଗୁଲୁରୁ ସଂସ୍ଥା

thesamikhsya
1 Min Read
ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ପାଇଁ ମନା କଲା ବେଙ୍ଗୁଲୁରୁ ସଂସ୍ଥା

ଭୁବନେଶ୍ବର: ବେଙ୍ଗୁଲୁରରେ ଥିବା ଜାତୀୟ ମାନସିକ ସ୍ବାସ୍ଥ୍ୟ ଏବଂ ନ୍ୟୁରୋଲୋଜି ସଂସ୍ଥା ବା ‘ନିମାହାନସ’ ଗୋପାଳ ଦାସର ମାନସିକ ପରୀକ୍ଷା କରିବାକୁ ମନା କରିଦେଲା। ସଂସ୍ଥା ତରଫରୁ କୁହାଯାଇଛି ଯେ, ରୋଗୀଙ୍କୁ ଏହି ସଂସ୍ଥାକୁ ନ ଆଣି ତାଙ୍କର ସ୍ଥିତି ଜାଣିବା ସମ୍ଭବ ନୁହେଁ। ଆମର ସଂସ୍ଥାରେ ଯେଉଁ ସୁବିଧା ରହିଛି ତାହା ବାହାରେ କେଉଁଠି ନାହିଁ। ସେଥିପାଇଁ ଏଠାରୁ ବିଶେଷଜ୍ଞ ଦଳ ବାହାରେ ଯାଇ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ଓଡିଶା କ୍ରାଇମ ବ୍ରାଞ୍ଚକୁ ଜଣାଇ ଦେଇଛନ୍ତି।

ନବ ଦାସକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସର ମାନସିକ ସ୍ଥିତି ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ନିମାହାନସ ସଂସ୍ଥାକୁ ଆବେଦନ କରିଥିଲା। ଏଥିରେ କୁହାଯାଇଥିଲା ଯେ, ଗୋପାଳକୁ ବାହାରକୁ ନେବା ପାଇଁ କୋର୍ଟ ମନା କରିଛନ୍ତି। ସେଥିପାଇଁ ସଂସ୍ଥାର ଏକ ବିଶେଷଜ୍ଞ ଦଳ ଓଡିଶା ଆସି ଚୌଦ୍ବାର ଜେଲରେ ପରୀକ୍ଷା କରନ୍ତୁ। ଯାହାକୁ ନିମହାନସ ସଂସ୍ଥା ପ୍ରତ୍ୟାଖାନ କରିଦେଇଛନ୍ତି।

Share this Article