ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

thesamikhsya
1 Min Read

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବୁରମାଲ୍ ଗ୍ରାମ ଛକ ନିକଟରେ ସୋମବାର ଦିନ ସନ୍ଧ୍ୟା ସମୟରେ ଏକ ପୃଷ୍ଟି ନାମକ ଘରୋଇ ଯାତ୍ରୀବାହୀ ବସ୍ ସହିତ ବାଇକ୍ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ରେଢ଼ାଖୋଲ ସହରର ବିଶ୍ବନାଥପୁର ଗ୍ରାମର ପପୁନ୍ ପ୍ରଧାନ।

ସୂଚନା ଯୋଗ୍ୟ ଯେ, ପପୁନ୍ ବୁରମାଲ ଗ୍ରାମରୁ ବିବାହ ଭୋଜି ଖାଇ ବାଇକ୍ ଯୋଗେ ରେଢ଼ାଖୋଲ କୁ ଫେରୁଥିଲେ ସମୟରେ ପୃଷ୍ଟି ନାମକ ରେଢ଼ାଖୋଲ ଘରୋଇ ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପପୁନ୍ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ।

ସେପଟେ କିସିଣ୍ଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Share this Article