ମାସ୍କ ପିନ୍ଧିବା ନିୟମକୁ ଲାଗୁ କର, ସମସ୍ତ ଡାକ୍ତରଖାନାକୁ ଗଲା ନୋଟିସ

thesamikhsya
1 Min Read
ମାସ୍କ ପିନ୍ଧିବା ନିୟମକୁ ଲାଗୁ କର, ସମସ୍ତ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ବିଭାଗ କଲା ନୋଟିସ

ଭୁବନେଶ୍ବର: ଏଣିକି ମାସ୍କ ପିନ୍ଧିବା ନିୟମକୁ ଲାଗୁ କର। ବର୍ତ୍ତମାନ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ମାସ୍କ ପିନ୍ଧିବା ନିହାତି ଜରୁରୀ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ କୁହାଯାଇଛି ଯେ, ସ୍ବାସ୍ଥ୍ୟ କର୍ମଚାରୀମାନେ ଡାକ୍ତରଖାନାରେ କାମ କରିବା ବେଳେ ମାସ୍କ ପିନ୍ଧିବା ନିୟମକୁ ଲାଗୁ କର। ଏପରିକି ଅପରେସନ ଥିଏଟର, କନଫ୍ରେନସ ହଲ, ଆଇସିୟୁ ପ୍ରଭୃତି ଋଦ୍ଧ ଦ୍ବାର କାର୍ଯ୍ୟ କରୁଥିବା କର୍ମଚାରମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କର। ବିନା ମାସ୍କରେ କାହାକୁ କାମ କରିବାକୁ ସୁଯୋଗ ଦିଅ ନାହିଁ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି।

ଏହି ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁମାନେ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ବିନା ମାସ୍କରେ ଭିତରେ ବୁଲିବାକୁ ଅନୁମତି ଦିଅ ନାହିଁ। ରାଜ୍ୟରେ ବର୍ତ୍ତମାନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି।

Share this Article