ଆଜି ସୌରାଷ୍ଟ୍ର ତାମିଲ ସଙ୍ଗମମର ସମାପନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

thesamikhsya
1 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୌରାଷ୍ଟ୍ର ତାମିଲ ସଙ୍ଗମମର ସମାପନ ସମାରୋହକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏହି ସୂଚନା ଦେଇଛି। ପିଏମଓ ଏକ ବିବୃତ୍ତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସକାଳ ୧୦.୩୦ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ତେବେ ପିଏମଓ କହିଛିଯେ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ରହିଛି ଯାହା ଏକ ଭରତ- ଶ୍ରେଷ୍ଠ ଭାରତର ଭାବନାକୁ ପ୍ରୋତ୍ସାହିତ କରିଥାଏ, ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲୋକଙ୍କ ମଧ୍ୟରେ ଥିବା ପୁରୁଣା ସମ୍ପର୍କକୁ ସାମ୍ନାକୁ ଆଣିବା ପାଇଁ ସାହାଯ୍ୟ କରିଥାଏ।

ବିବୃତ୍ତିରେ କୁହାଯାଇଛି ଯେ, ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କାଶୀ ତାମିଲ ସଂଗମମ ପୂର୍ବରୁ ଆୟୋଜିତ ହୋଇଥିଲା। ଅନ୍ୟପକ୍ଷରେ ଗୁଜୁରାଟ ଏବଂ ତାମିଲନାଡୁ ମଧ୍ୟରେ ଅଂଶୀଦାର ସଂସ୍କୃତି ଏବଂ ଐତିହ୍ୟକୁ ପାଳନ କରି ସୌରାଷ୍ଟ୍ର ତାମିଲ ସଂଗମମ ଏହି ଚିନ୍ତାଧାରାକୁ ଆଗକୁ ନେଇଛି।

୧୦ ଦିନିଆ ସଂଗମମରେ ଭାଗ ନେବାକୁ ସୌରାଷ୍ଟ୍ରର ୩ ହଜାରରୁ ଅଧିକ ଲୋକ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହାର ସମାପନ ସମାରୋହ ଆଜି ସୋମନାଥରେ ଆୟୋଜିତ ହେଉଛି।

Share this Article