ଆଇପିଏଲରେ RCB ସୃଷ୍ଟି କଲା ଏହି ରେକର୍ଡ, ଯାହାକୁ କେଉଁ ଦଳ ବି ଆଶା କରୁନଥିବେ

thesamikhsya
1 Min Read

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ବାଙ୍ଗାଲୋରକୁ କୋଲକାତା ୨୧ ରନ୍ ରେ ପରାସ୍ତ କରିଥିଲା। ଚଳିତ ସିଜନରେ କୋଲକାତା ବିପକ୍ଷରେ ବାଙ୍ଗାଲୋରର ଏହା ଦ୍ୱିତୀୟ ପରାଜୟ। ଏହି ମ୍ୟାଚରେ ଆରସିବି ପାଇଁ ବିରାଟ କୋହଲି ଅଧିନାୟକତ୍ୱ କରିଥିଲେ। ସେ ଟସ୍ ଜିତିଥିଲେ କିନ୍ତୁ ପ୍ରଥମେ ବ୍ୟାଟିଂ କରିବା ଲାଗି କୋଲକାତାକୁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ, କେକେଆର ୨୦ ଓଭରରେ ୨୦୦ ରନ୍ କରିଥିଲେ। ଏହା ପରେ ଆରସିବି ନାମରେ ଏଭଳି ରେକର୍ଡ ପଞ୍ଜୀକୃତ ହେଲା। ଯାହା ସେ କେବେ ଚାହିଁ ନନଥିବେ।

ବାସ୍ତବରେ ଆଇପିଏଲ୍ ଇତିହାସରେ ଆରସିବି ଦଳ ଏକମାତ୍ର ଦଳ ହୋଇପାରିଛି, ଯାହା ବିରୋଧରେ ସର୍ବାଧିକ ୨୦୦ କିମ୍ବା ୨୦୦ ରୁ ଅଧିକ ସ୍କୋର କରାଯାଇଛି। ଆରସିବିର ବର୍ତ୍ତମାନ ୨୪ ଥର ୨୦୦ କିମ୍ବା ଅଧିକ ସ୍କୋର କରିବାର ରେକର୍ଡ ରହିଛି। ବାଙ୍ଗାଲୋର ପରେ ପଞ୍ଜାବ କିଙ୍ଗ୍ସର ନାମ ରହିଛି, ଯାହା ବିପକ୍ଷରେ ୨୩ ଥର ୨୦୦ ସ୍କୋର କରାଯାଇଛି। ଏହା ପରେ କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ୧୮ ଥର ୨୦୦, ଚେନ୍ନାଇ ସୁପର କିଙ୍ଗ୍ସ ବୋରୋଧରେ ୧୭ ଥର, ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ୧୬ ଥର, ରାଜସ୍ଥାନ ରୟାଲ୍ସ ବିରୋଧରେ ୧୪ ଥର, ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ୧୪ ଥର ଏବଂ ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୧ ଥର ବିରୋଧୀ ଦଳ ୨୦୦ କିମ୍ବା ୨୦୦ ରୁ ଉର୍ଦ୍ଧ୍ଵ ସ୍କୋର କରିଛନ୍ତି।

Share this Article