ରଣପୁର: ହାତୀ ଆକ୍ରମଣରେ ଯୁବକ ମୃତ

thesamikhsya
1 Min Read

ରଣପୁର: ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ଅଧିନସ୍ଥ ବନ୍ଧପଲ୍ଲା ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା (୪୨) ଗତ କାଲି ରାତିରେ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ଏହି ସମୟରେ ହାତୀ ଧାନ କିଆରୀ ମଧ୍ୟକୁ ପଶି ଧାନ ଫସଲ କୁ ଖାଉଥିବାର ଦେଖି ଥିଲେ।

ହାତୀକୁ ଘଉଡ଼ାଇବା ସମୟରେ ହାତୀ ଆକ୍ରମଣରେ ଶିକାର ହୋଇ ଜଗବନ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ପରେ ପରିବାର ଲୋକେ ରଣପୁର ମେଡିକାଲକୁ ତାଙ୍କୁ ଆଣିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ | ଏହା ପରେ ଡାକ୍ତରଖାନା ତରଫରୁ ପୋଲିସକୁ ଖବର ଦିଆ ଯାଇଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯାଇ ନ ଥିଲା।

Share this Article