କେଉଁ ସ୍ଥାନରେ ଆପଣଙ୍କର କିଏ ମିତ୍ର ହେବ, ସେ ସଂପର୍କରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

thesamikhsya
1 Min Read

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ।

ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ।

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ ଜୀବନ କାଳ ମଧ୍ୟରେ ଧର୍ମକର୍ମ କରିବାର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି।

Share this Article