ଡିଏଭି ପୋଖରୀପୁଟରେ ସ୍ୱାଭିମାନ ଦିବସ ପାଳିତ

thesamikhsya
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାାହିତ୍ୟ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପ୍ରାତଃ ସମୟରେ ପାଳିତ ହୋଇଯାଇଛି। ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହକୁ ଆଧାର କରି ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ବନ୍ଦଥିବା ସତ୍ତ୍ୱେ ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକାଙ୍କ କର କମଳରେ ମଧୁବାବୁଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ମଧୁବାବୁଙ୍କ ଆଦର୍ଶ ଆମ ସଭିଙ୍କ ପାଇଁ ପ୍ରେରଣା ଓ ଆହ୍ୱାନର ବିଷୟ ବୋଲି ନିଜ ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ସହିତ ଓଡ଼ିଶାମାଟି ପାଇଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ବିଭାଗର ସଂଯୋଜିକା ଝରଣା ମିଶ୍ର, ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି, ବିଜୟ କୁମାର ପଣ୍ଡା, ଶକ୍ତିପ୍ରସନ୍ନ ମହାନ୍ତି, ସନ୍ତୋଷ କୁମାର କରଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ମଣ୍ଡିତ ହୋଇଥିଲା।

Share this Article