ମଡେଲ କ୍ରିଷ୍ଟିନା ଏଷ୍ଟନ୍ ଙ୍କ ଦେହାନ୍ତ, ସୁନ୍ଦର ଦେଖାଯିବାର ଜିଦ୍ ନେଇଗଲା ଜୀବନ

thesamikhsya
1 Min Read

ନୂଆଦିଲ୍ଲୀ: କିମ କର୍ଦଶିଆନ ଲୁକ୍ ପରି ବିବେଚନା କରାଯାଉଥିବା ଖ୍ରୀଷ୍ଟିନା ଏଷ୍ଟନ୍ ଙ୍କର ୩୪ ବର୍ଷ ବୟସରେ ଦେହାନ୍ତ ହୋଇଛି। କିମ କର୍ଦଶିଆନ ହଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ଅନେକ ଲୋକ ତାଙ୍କ ପରି ଦେଖାଯିବାକୁ ଇଚ୍ଛା କରନ୍ତି। ମଡେଲ୍ ଖ୍ରୀଷ୍ଟିନାଙ୍କର ମଧ୍ୟ ସମାନ ଇଚ୍ଛା ଥିଲା। ଅନେକ ପ୍ଲାଷ୍ଟିକ୍ ସର୍ଜରୀ କରି ସେ କିମଙ୍କ ପରି ଚେହେରା ପାଇଥିଲେ। ଅସ୍ତ୍ରୋପଚାର ପରେ ସେ କିମଙ୍କ ପରି ଦେଖାଯିବାକୁ ଲାଗିଲେ। କିମ ଭଳି ଦେଖାଯିବା ପାଇଁ ଅନେକ ପ୍ଲାଷ୍ଟିକ୍ ସର୍ଜରୀ କରିବା ପରେ ସେ ସାରା ବିଶ୍ୱରେ ପରିଚିତ ହେଲେ। ତେବେ କ୍ରିଷ୍ଟେନ ମାତ୍ର ୩୪ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ ବରଣ କଲେ।

କିମ କର୍ଦଶିଆନଙ୍କ ପରି ସୁନ୍ଦର ଦେଖାଯିବା ପାଇଁ କ୍ରିଷ୍ଟେନ ୧୧.୧୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁଥିପାଇଁ ତାଙ୍କର କସମେଟିକ୍ ସର୍ଜରୀ କରାଯାଇଥିଲା। ତେବେ ସେବେଠାରୁ ତାଙ୍କର ଅନେକ ସ୍ୱାସ୍ଥ୍ୟ ଜଟିଳତା ରହିଥିଲା।

Share this Article