ଚାଣକ୍ୟ ନୀତି: ଯଦି ଗୋପନ କଥା ବାହାର କହିଦିଅନ୍ତି ତେବେ କଣ ଅବସ୍ଥା ହେବ ଜାଣନ୍ତୁ

thesamikhsya
1 Min Read

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସମାଜକୁ ବହୁ ନୀତି ବାଣୀ ପ୍ରଦାନ କରିଛନ୍ତି। ସେହିପରି ଏକ ବାଣୀ ହେଲା ଯେ, ଗୋପନୀୟ କଥାକୁ ବାହାରେ ପ୍ରଘଟ କଲେ ମଣିଷର ଅବସ୍ଥା କଣ ହୁଏ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ କହିବା କଥା ହେଲା ଯେ, ଯଦି ଜଣେ ଗୋପନ କଥା ବାହାରେ ପ୍ରଘଟ କଲା ତେବେ ତାହାର ଅବସ୍ଥା ପରବର୍ତ୍ତି ସମୟରେ ଭଲ ହେବ ନାହିଁ।

ଏହାର ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସାପ ମୁଷା ଗାତରେ ପଶିରେ ଲାଭ ଅଛି। ହେଲେ ସେ ଯଦି ଉଈ ହୁଙ୍କାରେ ପଶିଲା ତେବେ ସାପ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଉଈଙ୍କ ଦ୍ବାରା ତାହାର ମୃତ୍ୟୁ ହୋଇଯାଏ। ସେହପିର ଖଳ ପ୍ରକୃତିର ଲୋକେ ନିଜର ବାହାଦୂରୀ ଦେଖାଇବା ପାଇଁ ଗପନ କଥା ପ୍ରକାଶ କରନ୍ତି। ସେହି ସମୟରେ ସେ ହୁଏତ ଭଲ ହୋଇପାରେ। ହେଲେ ପରବର୍ତ୍ତି ସମୟରେ ସେ ହଇରାଣରେ ପଡିଥାଏ।

ସେଥିପାଇଁ ଚାଣକ୍ୟ କହିଛନ୍ତି କେବେ ବି ଗୋପନ କଥା କାହା ଆଗରେ ପ୍ରଘଟ କରନ୍ତୁ ନାହିଁ।

Share this Article