“ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

thesamikhsya
1 Min Read

ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ମଜା ନେଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଅପ୍ରେଲ୍ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଆଜି ଶେଷ ଦିନରେ ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜିଓ ଷ୍ଟଲ୍‌ରେ ଜିଓର ଅଭିନବ ଭର୍ଚୁଆଲ୍ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ବ୍ୟବହାରର ଅନୁଭୂତି ନେଇଛନ୍ତି। ଏଥି ସହିତ ସେ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌ର ଅନୁଭୂତି ନେଉଥିବା ଛାତ୍ରଛାତ୍ର ଓ ଯୁବପିଢ଼ିଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତ ଗତିରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ପହଂଚାଇବାକୁ ଲକ୍ଷ୍ୟ ରଖିଛି।

Share this Article