ସାବଧାନ: ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଗାଡି ଚେକିଂ, ୭୯ ଜଣଙ୍କୁ ଧରିଲାଣି ପୋଲିସ

thesamikhsya
0 Min Read
ସାବଧାନ: ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଗାଡି ଚେକିଂ, ୭୯ ଜଣଙ୍କୁ ଧରିଲାଣି ପୋଲିସ

ଖୋର୍ଦ୍ଧା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ବିଛେଇ ହୋଇପଡିଛନ୍ତି ପୋଲିସ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ପୋଲିସ ଗୋଡାଇ ଗୋଡାଇ ଧରିବାରେ ଲାଗିଛି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ବିତୀୟ ଦିନରେ ଆଜି ସକାଳୁ ସକାଳୁ ୭୯ ଜଣ ବିନା ହେଲେମେଟରେ ଗାଡି ଚଳାଉଥିବାରୁ ଧରାପଡିଛନ୍ତି। ସେହିପରି ତିନିଜଣ ମଦ ପିଇ ଗାଡି ଚଳାଉଥିବା ଧରାପଡିଛନ୍ତି। ଉଭୟ ସଦର ଏବଂ ବାଘମାରି ପୋଲିସ ଏହି ଚଢାଉ କରିଛନ୍ତି।

Share this Article