ସିଲଚର ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଲେ ଟୁଇଟ

thesamikhsya
1 Min Read
ସିଲଚର ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଲେ ଟୁଇଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର‌୍ୟ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାଂସଦ ଡଃ ରାଜଦୀପ ରାୟ ଏକ ଟ୍ୱିଟ ଶୃଙ୍ଖଳରେ ସିଲଚରର ବିକାଶ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଶିକ୍ଷା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ଜଳ ଯୋଗାଣ, ପରିବେଶ, ପରିବହନ, ସୁଲଭ ମୂଲ୍ୟରେ ଆବାସ, ସୁରକ୍ଷା ନିରାପତ୍ତା ଅବା ସାର୍ବଜନୀନ ସେବା ଭଳି କ୍ଷେତ୍ରରେ ଏହି ଅଞ୍ଚଳରେ ଲୋକଙ୍କ ଆର୍ଥିକ କ୍ଷମତା ସହ ଜୀବନର ଗୁଣବତ୍ତା ବଢିଛି।

ସିଜିଏଚଏସ ୱେଲନେସ ସେଣ୍ଟର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି) ଓ ଅନ୍ୟ ବିକାଶ ଉପକ୍ରମ ସମ୍ପର୍କରେ ମଧ୍ୟ କହିଛନ୍ତି, ଯାହା ସିଲଚର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିଛି।

ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବିକାଶମୂଳକ କାର‌୍ୟ୍ୟର ପରିଣାମ ସ୍ୱରୂପ ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ ହେଉଥିବାରୁ ବେଶ ଖୁସି।”

Share this Article