ଲିଙ୍ଗ ସମାନତା ଓ ପାଠ୍ୟକ୍ରମରେ ସଂଯୋଜିକରଣ ତାଲିମ୍ ଶିବିର

thesamikhsya
1 Min Read

ରଣପୁର: ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ସମାନତା ଓ ପାଠ୍ୟକ୍ରମରେ ସଂଜୋଜିକରଣ ତିନ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ୍ କରି ତାଲିମ ଗ୍ରହଣ କରିଛନ୍ତି। ପ୍ରଶିକ୍ଷକ ଭାବରେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ବେହେରା, ଅଞ୍ଜଳିପ୍ରଭା ପ୍ରଧାନ ଯୋଗଦାନ୍ କରି ତାଲିମ୍ ପ୍ରଦାନ କରିଥିଲେ। ଆମ ସମାଜରେ ଉଭୟ ପୁଅ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍ ବୋଲି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏବେ ବି ଲୋକମାନେ ଅନ୍ଧ ବିଶ୍ବାସର ଶିକାର ହୋଇ ପୁଅ ମାନଙ୍କୁ ଗୁରୁତ୍ଵ ଦେଉଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ। ଏହି ଶିବିରରେ ବ୍ଲକ୍ ଶିକ୍ଷା ଅଧିକାରୀଣୀ ବନଲତ ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ଓ ବସନ୍ତ କୁମାର ରାଉତ ଯୋଗ ଦେଇ ତାଲିମ୍ ର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ଥିଲେ।

Share this Article