ବିଦ୍ୟୁତ ଖୁଣ୍ଟକୁ ପିଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

thesamikhsya
1 Min Read

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ଛକରେ ଏକ ଯାତ୍ରୀବାହୀ ବସ୍ (ଇସ୍ପାତ) ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ଵର ଯାଉଥିବା ଉକ୍ତ ବସ୍ ଉକ୍ତ ଦୁର୍ଘଟଣା ସ୍ଥାନରେ ଦଣ୍ଡୁଆ ଦଳ ପାର ହେଉଥିବା ଦେଖି ଡ୍ରାଇଭର ନିଜକୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ବସ୍ କୁ ଉଦ୍ଧାର କରିଥିଲେ।

Share this Article