ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୧

thesamikhsya
1 Min Read

ନୂଆଦିଲ୍ଲୀ: ଆଜି ଅପରାହ୍ନ ପ୍ରାୟ ୨:୫୯ ମିନିଟ ସମୟରେ ନିକୋବର ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ରିକ୍ଟର ସ୍କେଲରେ ୪.୧ ତୀବ୍ରତାରେ ଏକ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି।

ଏପ୍ରିଲ ୬ ତାରିଖରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୬ ଥିଲା। ପୋର୍ଟ ବ୍ଲେୟାରର ୧୪୦ କିଲୋମିଟର ଇଏନଇରେ ଏହି ଭୂମିକମ୍ପ ଘଟିଛି। ଏହି ଭୂମିକମ୍ପରେ କୌଣସି ମୃତାହତ ଖବର ନଥିଲା। ରାତି ପ୍ରାୟ ୧୦.୪୭ ରେ ଏହି ଭୂମିକମ୍ପ ଆସିଥିଲା।

Share this Article