ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

thesamikhsya
0 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଷ୍ଟାର୍ଟଅପଗୁଡିକ କେବଳ ନିଜ ଅଭିନବ ଉତ୍ସାହ ପାଇଁ ନୁହେଁ ବରଂ ସେଗୁଡିକୁ ନିର୍ମାଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ପାଇଁ ମଧ୍ୟ ଆକର୍ଷକ। ଆମର ଷ୍ଟାର୍ଟଅପ ଶବ୍ଦରେ ଯୁବ ଶକ୍ତିର ଭାବନା ନିହିତ ରହିଛି।

Share this Article