ବସ୍ ଓ ଅଟୋ ମୁହାଁମୁହିଁ ଧକ୍କା, ଡ୍ରାଇଭର ସମେତ ୬ ଗୁରୁତର

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ରତ୍ନପୁର ଛକରେ ଦୁର୍ଘଟଣା ଘଟି ଦୁଇ ମହିଳାଙ୍କ ସମେତ ୩ ପୁରୁଷ ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ବଡ଼ି ଭୋରରୁ ଏକ ଅଟୋ ହିଞ୍ଜିଳି ପଟୁ ଆସୁଥିବା ବେଳେ ବ୍ରହ୍ମପୁରରୁ ଆସ୍କା ଅଭିମୁଖେ ଯାଉଥିବା ସାଇକ୍ରିଷ୍ଣା ନାମରେ ଏକ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ଚୁରମାର୍ ହୋଇଯାଇଥିଲା। ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିଲା ବେଳେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛି ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କ ଅବସ୍ଥା ବୁଝିବା ସହ ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share this Article