ବେଲଗୁଣ୍ଠା ବ୍ଲକରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ମିଳିତ ସମୀକ୍ଷା

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍ ପି ଜଗମୋହନ ମୀନ ବେଲଗୁଣ୍ଠା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣୀ କରିବା ସହ ୫ ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକ୍ରମରେ ୫୩ ଜଣ ଅଭିଯୋଗକାରୀ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ୍ ପ୍ରଦାନ କରିବା ସହ ୧୯ ଜଣଙ୍କୁ ଭତ୍ତା କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଜିଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଭଞ୍ଜନଗର ଉପଜିଲ୍ଲାପାଳ, ଲୋକ ସମ୍ପର୍କ ଅଧିକାରୀ, ବେଲଗୁଣ୍ଠା ବିଡ଼ିଓ, ଭଞ୍ଜନଗର ଏସ୍ ଡି ପି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତହସିଲଦାର, ବେଲଗୁଣ୍ଠା ଓ ଗାଙ୍ଗପୁର ଥାନା ଅଧିକାରୀଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।

Share this Article