ପ୍ରକାଶ ପାଇଲା ଏଡିଆର ରିପୋର୍ଟ: ଜାଣନ୍ତୁ ଧନୀ ତାଲିକାର କେତେ ନମ୍ବରରେ ଓଡିଶାର ମୁଖ୍ୟମନ୍ତ୍ରୀ

thesamikhsya
1 Min Read

ଭୁବନେଶ୍ୱର: ଆଜି ଏଡିଆର ରିପୋର୍ଟ ଜାରି ହୋଇଛି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କର ଅପରାଧିକ ମାମଲା ଏବଂ ସମ୍ପତ୍ତି ବିଷୟରେ ଏଡିଆର ରିପୋର୍ଟ ଜାରି କରିଛି।

ରିପୋର୍ଟ ଅନୁଯାୟୀ, ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାମରେ ସର୍ବାଧିକ ମାମଲା ରହିଛି। କେସିଆରଙ୍କ ନାମରେ ସର୍ବମୋଟ ମୋଟ ୬୪ଟି ଅପରାଧିକ ମାମଲା ଥିବାବେଳେ ତନ୍ମଧ୍ୟରୁ ୩୭ଟି ସଙ୍ଗୀନ ମାମଲା ରହିଛି। ତାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୪୭ଟି ମାମଲା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାମରେ ୩୮ ମୋଟ ମାମଲା ରହିଛି। କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ନାହିଁ।

ସେହିଭଳି ଏଡିଆର ରିପୋର୍ଟ ଅନୁଯାୟୀ, ୨୯ ଜଣ ମୁଖ୍ୟମନ୍ତ୍ରୀ କୋଟି ପତି ଅଟନ୍ତି। ଏମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ସମ୍ପତ୍ତିର ମୂଲ୍ୟ ୫୧୦ କୋଟି ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଦ୍ଵିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ନାମ ରହିଛି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୬୩ କୋଟି ଟଙ୍କା ବୋଲି ଜଣାପଡିଛି। ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ନବୀନଙ୍କ ନିକଟରେ ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି।

Share this Article