ପୁଣି ଭୟଭୀତ କଲାଣି କରୋନା: ଗୋଟିଏ ଦିନରେ ୨୭ ମୃତ, ୫୩ ହଜାର ଅତିକ୍ରମ କଲା ସକ୍ରିୟ ମାମଲା ସଂଖ୍ୟା

thesamikhsya
1 Min Read

ନୂଆଦିଲ୍ଲୀ: ପୁଣି ଥରେ କରୋନା ଭୟଭୀତ କରୁଛି। ଯେଉଁଥିପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୩ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି, ଯାହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫୩ ହଜାର ୭୨୦ କୁ ବୃଦ୍ଧି ପାଇଛି।

ଗତକାଲି କରୋନା ମାମଲା ୧୧ ହଜାର 109 ଥିଲା, ଯାହା ଆଜି କମ୍ ଅଟେ। ତେବେ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ପଞ୍ଜିକୃତ ହୋଇଛି। ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୪ ଅଟେ।

Share this Article